ଓଡିଶା

ଆମ ଓଡିଶା ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର, ଏହି ରାଜ୍ୟ ରେ ଅନେକ ଭାଷା ଓ ଅନେକ ପ୍ରକାର ପର୍ବ ପର୍ବାଣି ଅଛି ତଥାପି ଆମେ ସମସ୍ତେ ଏକାଠି ଓ ଶାନ୍ତି ରେ ଗୋଟିଏ ରାଜ୍ୟ ରେ ରହୁଛୁ ଯାହାକି ଆମକୁ ଅନ୍ୟ ରାଜ୍ୟ ଠାରୁ ଅଲଗା କରେ | ଆମ ରାଜ୍ୟ ରେ ସବୁ ଜିଲ୍ଲା ର ନିଜ ନିଜ ଭାଷା ଅଛି ଆଉ ସବୁ ଜିଲ୍ଲା ର ନିଜ ନିଜ ଇତିହାସ ଅଛି, ସେ କଟକ ଜିଲ୍ଲା ହଉ କି ସମ୍ବଲପୁର ହଉ |ଏହି ରାଜ୍ୟ ର ଇତିହାସ ଭଳି ସାହିତ୍ୟ ବି ବହୁତ ନିଆରା |ଏହାର ମଧୁରତା ଅଲଗା, ଦୁଃଖ ର ବିଷୟ ଯେ ଆମର ସାହିତ୍ୟ ଏବେ ଲୋପ ପାଇବାକୁ ବସିଲାଣି, ଆମ କୁ ଏ ବିଷୟରେ ଚିନ୍ତା କରିବା ଦରକାର...

ଆମ ରାଜ୍ୟ ବିଷୟରେ ଜାଣିବା ତଥ୍ୟ:

ପଡୋଶୀ ରାଜ୍ୟ : ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ

କ୍ଷେତ୍ରଫଳ : ୧,୫୫,୭୦୭ ବର୍ଗ କିଲୋ ମିଟର ( ଏହା ଆୟତନ ହିସାବରେ ଅଷ୍ଟମ ରାଜ୍ୟ)

ଜନସଂଖ୍ୟା : ୪,୫୯,୮୯,୨୩୨ (ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ)

ସ୍ଥାପନ: ୧ ଅପ୍ରିଲ୍ ୧୯୩୬ ( ଉତ୍କଳ ଦିବସ )

ରାଜଧାନୀ : ଭୁବନେଶ୍ବର

ଜିଲ୍ଲା : ୩୦

ଉପଖଣ୍ଡ : ୫୮

ତହସିଲ:୩୧୭

ବ୍ଲକ୍ :୩୧୪

ସାକ୍ଷରତା:୭୩.୪୫%

ଉଚ୍ଚ ନ୍ୟାୟାଳୟ: କଟକ

Orissa State map.svg Odisha ( ଓଡିଶା )

ରାଜ୍ୟପାଳ : ଗଣେଶୀ ଲାଲ
ମୁଖ୍ୟମନ୍ତ୍ରୀ :ନବୀନ ପଟ୍ଟନାୟକ

ବିଧାନ ସଭା: ଓଡିଶା ବିଧାନସଭା (୧୪୭ ଆସନ)

ସଂସଦୀୟ କ୍ଷେତ୍ର: ୨୧ ଲୋକ ସଭା ଓ ୧୦ ରାଜ୍ୟ ସଭା 

 

ମହାନଦୀ :୯୦୦  କିଲୋ ମିଟର
ବ୍ରାହ୍ମଣୀ :୭୯୯  କିଲୋ ମିଟର
ସୁବର୍ଣ୍ଣରେଖା : ୪୭୪ କିଲୋ ମିଟର
ବୈତରଣୀ : ୩୬୦  କିଲୋ ମିଟର
ବଂଶଧାରା :୨୫୪  କିଲୋ ମିଟର
ବୁଢ଼ାବଳଙ୍ଗ :୧୭୫  କିଲୋ ମିଟର
ଋଷିକୁଲ୍ୟା :୧୬୫  କିଲୋ ମିଟର